Monday, January 8, 2018

ଘରେ ଖୋଲନ୍ତୁ ପୋଷ୍ଟ ଅଫିସ ଆଉ ରୋଜଗାର କରନ୍ତୁ ଟଙ୍କା, ଜାଣନ୍ତୁ ପୂରା ପ୍ରକ୍ରିୟା

ଯଦି ଆପଣ ଘରେ ବସି ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଏଭଳି ସୂବର୍ଣ୍ଣ ସୁଯୋଗ ବୋଧହୁଏ ଆଉ ମିଳି ନପାରେ । ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ (ଆଇପିପିବି)ର ଏପ୍ରିଲ ମାସରୁ ୬୫୦ଟି ବ୍ରାଂଚ ଆରମ୍ଭ ହେବାକୁ ଯାଉଛି । କାରଣ, ଏଭଳି କରିବାର ଆଇପିପିବିର ଏକମାତ୍ର ଉଦ୍ଦେଶ୍ୟ ହେଉଛି କି ସାରା ଭାରତବର୍ଷର ପ୍ରତ୍ୟେକଟି ଗଳି କନ୍ଦିରେ ନିଜର ସେବାକୁ ପହଂଚାଇବା ଏବଂ ସମସ୍ତ ଡାକଘରକୁ ଆଇପିପିବିର ଶାଖାରେ ପରିବର୍ତ୍ତନ କରିବା । ଯେଉଁଠି ବ୍ୟାଙ୍କିଂ ପ୍ରୋଜେକ୍ଟ ଏବଂ ସର୍ଭସି ପ୍ରଦାନ କରାଯିବ । ତେବେ ପଢନ୍ତୁ ଏହି ରିପୋର୍ଟ ।
ଯଦି ଆପଣ ଅଷ୍ଟମ ଶ୍ରେଣୀ ଯାଏଁ ପଢିଛନ୍ତି ଏବଂ ଆପଣଙ୍କର ବୟସ ୧୮ ବର୍ଷ ତେବେ ଆପଣ ଆପଣଙ୍କର ଘରେ ଡାକଖାତା ଖୋଲି ଏକ ଭଲ ରୋଜଗାର କରିପାରିବେ । ଡାକ ବିଭାଗ ନିଜର ଫ୍ରାଂଚାଇଜ ସ୍କିମ ଆଧାରରେ ନିଜ ଘରେ ଡାକଶାଖା ଖୋଲିବାକୁ ଅନୁମତି ଦେଇରଖୁଛି । ଫ୍ରାଂଚାଇଜ ସ୍କିମ ଆଧାରରେ ଆପଣ ସେହି ସେବାଗୁଡିକୁ ଦେଇପାରିବେ ଯେଉଁଗୁଡିକୁ ଡାକଶାଖାରେ କାଉଂଟର ଜରିଆରେ ଗ୍ରାହକଙ୍କୁ ଦିଆଯାଇଥାଏ ।
ଏବେ ଜାଣନ୍ତୁ ଡାକଶାଖା ଖୋଲି ଆପଣ କି କି ସେବା ଦେଇପାରିବେ ଏବଂ ଆପଣଙ୍କୁ ଏଥିପାଇଁ କଣ କରିବାକୁ ପଡିବ ।
ଫ୍ରାଂଚାଇଜ ନେବା ପାଇଁ ଡାକ ବିଭାଗ ତରଫରୁ କରାଯାଇଥିବା ପ୍ରୋଫର୍ମରେ ଡିଭିଜନାଲ ହେଡଙ୍କର ନାମରେ ଆବେଦନ କରିବାକୁ ପଡିବ । ଡିଭିଜନାଲ୍ ହେଡ ଏସଡିଆଇର ରିପୋର୍ଟ ଆଧାରରେ ଫ୍ରାଂଚାଇଜର ସିଲେକସନ କରିଥାନ୍ତି । ଏଥିରେ କମ୍ପ୍ୟୁଟରର ସୁବିଧା ଉପଲବ୍ଧ କରାଉଥିବା ଏବଂ ପୋଷ୍ଟାଲ ପେନସନର୍ସଙ୍କୁ ପ୍ରାଥମିକତା ଦିଆଯାଇଥାଏ । ଫ୍ରାଂଚାଇଜ ପାଇଁ ଆବେଦନ କରିବା ପାଇଁ କୌଣସି ସର୍ବାଧିକ ବୟସସୀମା ରଖାଯାଇନାହିଁ ।
ସେହିପରି, କୌଣସି ବି ଦୋକାନୀ ବା ବ୍ୟବସାୟ କରୁଥିବା ବ୍ୟକ୍ତି ମଧ୍ୟ ଫ୍ରାଂଚାଇଜ ନେଇ ନିଜର ବ୍ୟବସାୟ ସହିତ ଡାକ ବିଭାଗର କାର୍ଯ୍ୟ କରିପାରିବେ । ତେବେ ଫ୍ରାଂଚାଇଜ ନେବାକୁ ହେଲେ ଆପଣଙ୍କୁ ଏଥିପାଇଁ ସିକ୍ୟୁରିଟି ଡିପୋଜିଟ୍ ମଧ୍ୟ କରିବାକୁ ପଡିବ । ସିକ୍ୟୁରିଟି ଡିପୋଜିଟ୍ ଏନଏସସି ରୂପରେ ହୋଇଥାଏ । ସର୍ବନିମ୍ନ ସିକ୍ୟୁରିଟି ଜମା ୫,୦୦୦ ଟଙ୍କା ଅଟେ । ଏଥିପାଇଁ ଆପଣଙ୍କର ପ୍ରତିଦିନ ଆଭେରେଜ୍ ବ୍ୟବସାୟ ଆଧାରରେ ସିକ୍ୟୁରିଟି ଡିପୋଜିଟକୁ ବୃଦ୍ଧି କରାଯାଇପାରେ ।
ଖାଲି ସେତିକି ନୁହେଁ ଆପଣ ମନି ଅର୍ଡର, ରେଜଷ୍ଟ୍ରି, ସ୍ପିଡ ପୋଷ୍ଟ ବୁକ୍ କରିପାରିବେ । ଏହାବ୍ୟତୀତ ଷ୍ଟାଂପ, ଷ୍ଟେସନାରୀର ସେଲ, ଇ-ପୋଷ୍ଟର ବୁକିଂ ମଧ୍ୟ କରିପାରିବେ । ଆପଣଙ୍କୁ ରେଜିଷ୍ଟର, ସ୍ପିଡ ପୋଷ୍ଟର ବ୍ଲକ ବୁୁକିଂ କରିବାର ସୁବିଧା ମଧ୍ୟ ମିଳିବ । ଆପଣ ଡାକ ବିଭାଗର ବିଲ, ଟାକ୍ସ, ଫାଇଲ କଲେକସନ ଏବଂ ପେମେଂଟ ସର୍ଭିସେସ ମଧ୍ୟ ଗ୍ରାହକଙ୍କୁ ଉପଲବ୍ଧ କରାଇପାରିବେ । ଏସମସ୍ତ ସର୍ଭିସେସ ଦ୍ୱାରା ଆପଣ ରୋଜଗାର କରିପାରିବେ । ବର୍ତ୍ତମାନ ଆପଣ ୧୦୦ ଟଙ୍କାରୁ କମ ଟଙ୍କାର ମନି ଅର୍ଡର ବୁକ୍ କରିପାରିବେ ନାହିଁ ।
ଆପଣଙ୍କୁ ପ୍ରତ୍ୟେକ ରେଜିଷ୍ଟର୍ଡ ଆର୍ଟିକିଲ ଉପରେ ୧ ଟଙ୍କା, ସ୍ପିଡ ପୋଷ୍ଟ ବୁକିଂ ଉପରେ ୫ ଟଙ୍କା ମିଳିବ । ସେହିପରି ୧୦୦ରୁ ୨୦୦ ଟଙ୍କାର ମନି ଅର୍ଡର ଉପରେ ସାଢେ ୩ ଟଙ୍କା ଏବଂ ୨୦୦ ରୁ ଅଧିକ ମନି ଅର୍ଡର ଉପରେ ୫ ଟଙ୍କା ମିଳିବ । ୧୦୦୦ ଆର୍ଟିକିଲରୁ ଅଧିକ ରେଜଷ୍ଟ୍ରି ଉପରେ ୨୦ ପ୍ରତିଶତ, ଷ୍ଟାଂପ , ପୋଷ୍ଟାଲ ଷ୍ଟେସନାରୀର ମୋଟ ବିକ୍ରି ଉପରେ ୫ ପ୍ରତିଶତ ଏବଂ ରିଟେଲ ସର୍ଭିସେସ ରେଭିନ୍ୟୁ ଷ୍ଟାଂପ, ସେଂଟ୍ରା ରିକ୍ୱୁଟମେଂଟ ଫିସ ଉପରେ ୪୦ ପ୍ରତିଶତର କମସନ ମିଳିବ ।

No comments: